ବ୍ୟବସାୟ ?

“କୃଷୌ ଭୂମିଃ,ବିଦ୍ୟା ଚ ଶାନ୍ତିଃ, ରଣେ ଶୌର୍ଯ୍ୟମ୍,ବାଣିଜ୍ୟେ ଲକ୍ଷ୍ମୀଃ ।”

ଅର୍ଥାତ କୃଷିରେ ବାସ କରନ୍ତି ଅନ୍ନଦାତ୍ରୀ ଦେବୀ, ବିଦ୍ୟାରେ ବାସ କରନ୍ତି ବାଣୀ ଦେବୀ, ଯୁଦ୍ଧରେ ବାସ କରନ୍ତି ଦୁର୍ଗା ଦେବୀ, ଓ ବାଣିଜ୍ୟରେ ବାସ କରନ୍ତି ଧନଦାତ୍ରୀ ଲକ୍ଷ୍ମୀ । ଏହାକୁ ମଧ୍ୟ “ବାଣିଜ୍ୟେ ବସତେ ଲକ୍ଷ୍ମୀ” ବ୍ୟବସାୟରେ ଧନର ଦେବୀ ଲକ୍ଷ୍ମୀ ବାସ କରନ୍ତି । ଏହି ଲୋକବାଣୀଟି ସୂଚାଏ ଯେ ଧନ, ସମୃଦ୍ଧି ଏବଂ ଭାଗ୍ୟ କେବଳ ପରିଶ୍ରମରେ ନୁହେଁ, ବରଂ ବିଶେଷ କରି ବାଣିଜ୍ୟ, ବେପାର ଏବଂ ବ୍ୟବସାୟ କାର୍ଯ୍ୟକଳାପ ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ। ଏହା ବ୍ୟବସାୟର ମହତ୍ତ୍ୱ ଏବଂ ଆର୍ଥିକ ସଫଳତାକୁ ଦର୍ଶାଇ ଥାଏ l

ବ୍ୟବସାୟ ହେଉଛି ଏକ ସଂସ୍ଥା ବା ସଂଗଠନ, ଯାହା ବାଣିଜ୍ୟିକ, ଶିଳ୍ପଗତ, କିମ୍ବା ବୃତ୍ତିଗତ କାର୍ଯ୍ୟକଳାପରେ ନିୟୋଜିତ ହୋଇ ଗ୍ରାହକମାନଙ୍କୁ କୌଣସି ଶୁଳ୍କ ବା ପାଉଣା ବିନିମୟରେ ସାମଗ୍ରୀ (goods) କିମ୍ବା ସେବା (services) ଯୋଗାଇଥାଏ l”

ମୂଳତଃ, ବ୍ୟବସାୟ ହେଉଛି ଏକ ସୁସଂଗଠିତ ପ୍ରଣାଳୀ ଯାହା ନିମ୍ନଲିଖିତ ଉଦ୍ଦେଶ୍ୟ ନେଇ ତିଆରି ହୋଇଛି:

() ପ୍ରଥମତଃ ମୂଲ୍ୟ ସୃଷ୍ଟି କରିବା (Create a Value): କିଛି ଉତ୍ପାଦନ କରିବା (ଉତ୍ପାଦ, ସେବା, କିମ୍ବା ଅଭିଜ୍ଞତା) ଯାହା ଲୋକଙ୍କର ଆବଶ୍ୟକତା ପୂରଣ କରିବା ସହିତ ସେମାନେ ଖୁସି ହୋଇପାରୁଥିବେ l 

() ଦ୍ୱିତୀୟତଃ ଲାଭ ସୃଷ୍ଟି କରିବା (Generate Profit):  ବ୍ୟବସାୟୀ ନିଶ୍ଚିତ ହେବା ଦରକାର ଯେ ବିକ୍ରିରୁ ଆସୁଥିବା ରାଜସ୍ୱ ଖର୍ଚ୍ଚ ତୁଳନାରେ ଅଧିକ (ଖର୍ଚ୍ଚ, ଶ୍ରମ, କଞ୍ଚାମାଲ) ହେଉଛି।

() ପରିସ୍ଥିତିକୁ ସାମ୍ନା କରିବା (Assume Risk): ସଫଳତାର କୌଣସି ଗ୍ୟାରେଣ୍ଟି ନ ଥାଇ ସମ୍ବଳ (ଟଙ୍କା, ସମୟ, ଶ୍ରମ) ନିୟୋଜିତ କରିବା।

() ନିରନ୍ତରତା ବଜାୟ ରଖିବା (Sustain Continuity): ଏହା ଏକ ଚାଲୁ ରହୁଥିବା ଅର୍ଥନୈତିକ କାର୍ଯ୍ୟକଳାପ, ଗୋଟିଏ ଥରର କାରବାର ନୁହେଁ। ସେଥିପାଇଁ ଏହାକୁ ସବୁ ପରିସ୍ଥିତିରେ ବି ବଜାୟ ରଖିବାକୁ ପଡ଼ିବ l

ବ୍ୟବସାୟଗୁଡ଼ିକୁ ସେମାନେ ଯୋଗାଉଥିବା ମୂଲ୍ୟର ପ୍ରକାର ଉପରେ ଭିତ୍ତିକରି ଶ୍ରେଣୀଭୁକ୍ତ କରାଯାଇପାରେ:-

. ଉତ୍ପାଦନ ବ୍ୟବସାୟ (Manufacturing Business – Creating Physical Goods) :- ଏହି ପ୍ରକାରର ବ୍ୟବସାୟ କଞ୍ଚାମାଲ କିଣିଥାଏ ଏବଂ ତାହାକୁ ରୂପାନ୍ତରିତ କରି ଏକ ସମାପ୍ତ ଉତ୍ପାଦରେ ପରିଣତ କରିଥାଏ।ଉଦାହରଣ: ଏକ ଅଟୋମୋବାଇଲ୍ ପ୍ଲାଣ୍ଟ l ଯାହାକି ଷ୍ଟିଲ୍, ପ୍ଲାଷ୍ଟିକ୍, ଟାୟାର୍ ଏବଂ ଇଲେକ୍ଟ୍ରୋନିକ୍ ଉପାଦାନ କରେ।

. କିଣା ବିକା ବ୍ୟବସାୟ  (Merchandising Business – Buying and Selling Goods):- ଏହି ପ୍ରକାରର ବ୍ୟବସାୟ ସମାପ୍ତ ଉତ୍ପାଦଗୁଡ଼ିକୁ କିଣିଥାଏ ଏବଂ ସେଗୁଡ଼ିକରେ ବିଶେଷ ପରିବର୍ତ୍ତନ ନକରି ପୁଣି ବିକ୍ରି କରିଥାଏ। ଉଦାହରଣ: ଏକ ସୁପରମାର୍କେଟ୍ ଶୃଙ୍ଖଳା (ଖୁଚୁରା ବ୍ୟବସାୟୀ)l ଏହା ବିଭିନ୍ନ ଉତ୍ପାଦକ ଏବଂ ହୋଲସେଲରମାନଙ୍କଠାରୁ ବହୁ ପରିମାଣରେ ଖାଦ୍ୟ ସାମଗ୍ରୀ, ପକେଟ୍ ହୋଇଥିବା ଖାଦ୍ୟ ଏବଂ ଘରୋଇ ସାମଗ୍ରୀ କିଣି ବିକ୍ରି କରିଥାଏ l

. ସେବା ଯୋଗାଇବା (Service Business – Providing Intangible Value) :- ଏହି ପ୍ରକାରର ବ୍ୟବସାୟ ଏକ ଭୌତିକ ଉତ୍ପାଦ ବଦଳରେ ବିଶେଷଜ୍ଞତା, ଶ୍ରମ, କିମ୍ବା କାର୍ଯ୍ୟକ୍ଷମ ସହାୟତା ପ୍ରଦାନ କରିଥାଏ। ଉଦାହରଣ: ଏକ ସଫ୍ଟୱେର୍ ପରାମର୍ଶଦାତା ସଂସ୍ଥା, ଡାକ୍ତର, ଓକିଲ, ଚାର୍ଟର୍ଡ଼ ଆକାଉଣ୍ଟ ଇତ୍ୟାଦି l ଏମାନେ ଅନ୍ୟ କମ୍ପାନୀଗୁଡ଼ିକୁ ବିଶେଷଜ୍ଞ ପରାମର୍ଶ, କଷ୍ଟମ୍ ସଫ୍ଟୱେର୍ ବିକାଶ, ଡାକ୍ତରୀସେବା, ଓକିଲାତି ସେବା ଓ ଇନକମ୍ ଟ୍ୟାକ୍ସ ଓ ଜି.ଏସ୍.ଟି. ସେବାରେ ସହାୟତା ପ୍ରଦାନ କରିଥାନ୍ତି l

ଜଣେ ବ୍ୟବସାୟୀଙ୍କର ଶ୍ରେଷ୍ଠ ଗୁଣାବଳୀ ହେଉଛି:-

. ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା: ଯାହା ତାଙ୍କୁ ଭବିଷ୍ୟତର ଧାରାକୁ ଆକଳନ କରି ଦୀର୍ଘକାଳୀନ ରଣନୀତିକ ଲକ୍ଷ୍ୟ ସ୍ଥିର କରିବାରେ ସାହାଯ୍ୟ କରେ l

. ସ୍ଥିରତା ଏବଂ ଧୈର୍ଯ୍ୟ: ଯାହା ତାଙ୍କୁ ବିଫଳତା ଏବଂ ପ୍ରତିବନ୍ଧକରୁ ଶିକ୍ଷା କରି ପୁଣି ଫେରିବାର କ୍ଷମତା ଦିଏ l

. ଗାଣିତିକ ଜ୍ଞାନ: ଯାହା ସମ୍ଭାବ୍ୟ ଲାଭ ଏବଂ କ୍ଷତିର ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ ପରେ ନୂତନ ଉଦ୍ୟମରେ ଦାୟିତ୍ୱ ନେବାକୁ ଇଚ୍ଛା ପ୍ରକାଶ କରିଥାଏ l

. ଶକ୍ତିଶାଳୀ ନେତୃତ୍ୱ:  ଯାହା ଉତ୍କୃଷ୍ଟ ଯୋଗାଯୋଗ ମାଧ୍ୟମରେ ଦଳକୁ ଅନୁପ୍ରାଣିତ ଏବଂ ପ୍ରଭାବଶାଳୀ ଭାବରେ ଦାୟିତ୍ୱ ହସ୍ତାନ୍ତର କରିବାର କ୍ଷମତା ଦେଇଥାଏ l

. ଖାପ ଖୁଆଇ ରହିବା ଏବଂ ନମନୀୟତା ହେବା: ଯାହା ବଦଳୁଥିବା ବଜାର ପରିସ୍ଥିତିକୁ ଦେଖି ବ୍ୟବସାୟର ଢାଞ୍ଚା ସଜାଡ଼ିବା ପାଇଁ ପ୍ରସ୍ତୁତ ରଖେ l  

. ଆତ୍ମଅନୁଶାସନ କାର୍ଯ୍ୟ ନୀତି: ଯାହା ନିଶ୍ଚିତ କରେ ଯେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସମାପ୍ତ କରି ଲକ୍ଷ୍ୟ ହାସଲ ପାଇଁ ସମର୍ପଣ ରହିବାl

 କଥାରେ ଅଛି “ବେପାରୀର ମନ ଚଳନ୍ତା ପବନ”। ବ୍ୟବସାୟୀର ମନ ସବୁବେଳେ ଲାଭ ଏବଂ ସୁଯୋଗ ଖୋଜିଥାଏ; ଏହା ଅସ୍ଥିର ଏବଂ ସର୍ବଦା ପରିବର୍ତ୍ତନଶୀଳ, ତେଣୁ ଭଲ ବ୍ୟବସାୟୀଟିଏ ହେବାପାଇଁ ଆମକୁ ଏସବୁ ଉପରେ ବିଶେଷ ଧ୍ୟାନ ଦେବା ସହ ନିଜ ଉପରେ ଭରଷା ରଖିବା ଆବଶ୍ୟକ l

Leave a Reply

Your email address will not be published. Required fields are marked *